ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ଲାଗି ନିର୍ମିତ ହେଉଛି ବ୍ୟାକ୍‌ ଅପ୍‌ ସିଟି

ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ଲାଗି ଫିଲିପାଇନ୍ସ୍‌ ବ୍ୟାକ୍‌ ଅପ୍‌ ସିଟି ନିର୍ମାଣ କରୁଛି। ଏହା ମାନିଲା ସହରଠାରୁ ଏକ ଶହ କିଲୋମିଟର ଦୂରରେ ନିର୍ମାଣ କରାଯାଉଛି। ଏଥିରେ ୧୨ ଲକ୍ଷ ଲୋକ ରହିବାର ସୁବିଧା ରହିବ। ୯୫ ବର୍ଗ କିଲୋମିଟର ପରିମିିତ ଅଞ୍ଚଳରେ ଏହାର ନିର୍ମାଣ ହେବ। ଏହାର ନାମ ନ୍ୟୁ କ୍ଲାର୍କ ସିଟି ରଖାଯାଇଛି। ଏଥିଲାଗି ପ୍ରଥମ ପ୍ରର୍ଯ୍ୟାୟରେ ୧୩ ହଜାର ୭୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଫିଲିପାଇନ୍ସ୍‌ ସୂଚିତ କରିଛି। ଏହା ୫ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହେବ। ଏଠାରେ ବାରମ୍ବାର ଭୂକମ୍ପ ଅନୁଭୁତ ହେଉଥିବାବେଳେ ରିଙ୍ଗ୍‌ ଅଫ୍‌ ଫାୟାରରୁ ଅନେକ ସମୟରେ ଆଗ୍ନେୟଗିରି ଉଦ୍‌ଗୀରଣ ହୋଇଥାଏ। ସୂଚନାଯୋଗ୍ୟ, ୧୬୦୦ ମସିହାରୁ ୨୦୧୩ ମଧ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଏଠାରେ ୭ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ସମ୍ପ୍ରତି ଏହାର ଜନସଂଖ୍ୟା ୨୬ ଲକ୍ଷରୁ ଅଧିକ ରହିଛି। ପ୍ରତିବର୍ଷ ଏଠାରେ ୧୯ରୁ ଅଧିକ ଲଘୁଚାପ ସୃଷ୍ଟି ହୋଇଥାଏ।

0 reactions

No comments yet

Leave a Reply

Your email will not be published.